କୃଷକର ଆତ୍ମକାହାଣୀ (Essay in odia: Krusakara atmakahani)
ମୁଁ ଜଣେ କୃଷକ । କୃଷି ମୋର ଜୀବିକା । ମୁଁ ବିଲବାଡି ରେ ଚାଷ ବାସ କରି ଚାଳେ । ଏଣୁ ମୁଁ ଗାଁ ମାଟିକୁ ଖୁବ ପସନ୍ଦ କରିଥାଏ ।
ସକାଳୁ ଉଠି ମୁଁ ଗାଈ ବଳଦଙ୍କ ଖବର ବୁଝେ । ପଖାଳ ଟିକେ ଖାଇଦେଇ ସକାଳ ପ୍ରାୟ ସାତଟା ବେଳୁ ମୁଁ ବିଲକୁ ଚାଲିଯାଏ । ଦିନ ବାରଟା ବେଳେ ମୁଁ ବିଲରୁ ଫେରେ । କଣ ଟିକେ ଖାଇଦିଏ ଓ କିଛି ସମୟ ବିଶ୍ରାମ ନେଇଯାଏ । ପୁଣି ତିନିଟା ବେଳେ ବିଲକୁ ଯାଏ । ସେଠାରେ ଚାଷବାସ କଥା ତଦାରଖ କରେ ଓ ସନ୍ଧ୍ୟା ବେଳକୁ ଘରକୁ ଫେରେ । ଗୋଡ ହାତ ଧୋଇ ପୂଜା କରେ ଓ ରାତି ହେଲେ ଭୋଜନ କରି ଶୋଇପଡେ । ବିଲରେ ମୋର ବହୁତ ଖଟିବାକୁ ପଡିଥାଏ । ଯାହା ଦ୍ଵାରା ମୁଁ ବହୁତ ହାଲିଆ ଅନୁଭବ କରେ । ଖରା ଦିନରେ ଖରା, ବର୍ଷ ଦିନରେ ବର୍ଷ, ଶୀତଦିନେ ଶୀତ ମୋତେ ସହିବାକୁ ପଡେ । ଧାନ ଅମଳ ସମୟରେ ରାତି ରାତି ଅନିଦ୍ରା ରହି ବିଲରେ ହଳା ଜାଗେ । ମୁଗ ଦିନେ ସବୁଦିନେ ଦିନ ସାରା ଜଗିବାକୁ ପଡିଥାଏ । ଏହିପାରେ ବର୍ଷ ସାରା ମୁଁ କାମରେ ଲାଗିଥାଏ । ଏହି କଷ୍ଟ ମଧ୍ୟରେ ମୁଁ ସମସ୍ତ ପର୍ବପର୍ବାଣି ଓ ଅନେକ ଉଚ୍ଛବ ରେ ଅତି ଖୁସିରେ ଭାଗ ନିଏ ।
ମୁଁ ଜଣେ ଗରିବ ଅଟେ । ମୋର କିଛି ବି ଜମି ବାଡି ନାହିଁ । ପର ଜମି ଭାଗରେ ଚଷେ , ତେଣୁ କେବଳ ଚାଷରୁ ମୋ ପେଟ ପୂରିବା କଷ୍ଟକର ହୋଇଥାଏ । ତେଣୁ ଶସ କମ ନ ଥିଲା ବେଳେ ପର ଘରେ ମୂଲ ଲାଗି କିଛି ଆୟ କରେ । ମୋ ଆୟରେ ମୁଁ ମୋ ପିଲା ଓ ସ୍ତ୍ରୀ ଙ୍କୁ ପୋଷିପରେ ନାହିଁ । ତେଣୁ ମୋ ସ୍ତ୍ରୀ ପର ଘରେ କାମକରି କିଛି ରୋଜଗାର କରିବାକୁ ପଡେ। ବେଳେ ବେଳେ ଦେହ ଖରାପ ହେଲେ ଓଷଧ କିଣିବାକୁ ପଇସା ନଥାଏ । ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଯୋଗୁଁ ଆମେ ମେଡିକାଲ ଖର୍ଛ ତୁଲାଉ । ଏଣୁ କେବଳ ଭଗବାନ ଆମକୁ ଭରସା । ମୁଁ ଭଗବାନଙ୍କ ଦୃଢ ବିଶ୍ଵାସୀ । ଭଗବାନ ହିଁ ଆମକୁ ବଞ୍ଚାଇଛନ୍ତି ।
ଆମ ଦେଶ ଏକ କୃଷି ପ୍ରଧାନ ଦେଶ ହେଲେ ମଧ୍ୟ ଅନେକ କୃଷି ଦିଗରେ ଉନ୍ନତି ଆସିବା ଦରକାର। ମୁଁ ଶୁଣିଛି ଦେଶରେ ନୂଆ ନୂଆ ଯୋଜନା ଚାଲିଛି । ଚାଷୀ ଓ ଚାଷ ପ୍ରତି ସରକାରଙ୍କ ଦୃଷ୍ଟି ପଡିବାରେ ଲାଗିଛି । ତେଣୁ ମୁଁ ଭାବୁଛି କିଛିଦିନ ପରେ ମୋର ତଥା ଆମ କୃଷକ ବନ୍ଧୁଙ୍କ ଅବସ୍ଥା କିଛି ପରିମାଣ ରେ ସୁଧୁରି ଯିବ । ଯଦି ଦେଶ ଆଗକୁ ପ୍ରଗତି କରିବାର ଅଛି ତେବେ କୃଷି ରେ ଉନ୍ନତି ହେବ ଦରକାର।
ଶେଷରେ କହିବି –ଜୟ ଯବାନ –ଜୟ କିଷାନQuotes of the day:-
Enhance Your Character: “Character is one factor that will guide all out actions and decisions. When the rate ofchange out side is more than what is inside, be sure that the end is near”.
Life Lessons from “Sri Ajim Premji”.
No comments:
Post a Comment
Ask me for any queries, but do not share any spam link please.