ସ୍ଵାଧୀନତା ଦିବସ (Essay on Swadhinata Dibas- Independence Day “Essay In Odia Language/ Odia Essay”)
Independence Day-Odia Essay:
ବହୁ ବର୍ଷ ଧରି ଆମେ ଭାରତୀୟ ଇଂରେଜ ମାନଙ୍କ ଠାରେ ପରାଧୀନ ଥିଲୁ । ସେମାନେ ଆମକୁ ତାଙ୍କ ମନ ମୁତାବକ ଶାସନ କରୁଥିଲେ ଓ ତାହାସହ ଆମକୁ ଶୋଷଣ ମଧ୍ୟ କରୁଥିଲେ । ଆମ ଉପରେ ନାନା ଅତ୍ୟାଚାର କରୁଥିଲେ । ଆମେ ବହୁତ ବର୍ଷ ଧରି ପରାଧୀନ ବରଣ କରିଥିଲୁ । ଶେଷରେ ସତ୍ୟ ଓ ଅହିଂସା ବଳରେ ସଂଗ୍ରାମ କରି ମହାତ୍ମା ଗାନ୍ଧୀ ଓ ଅନ୍ୟ ସ୍ଵାଧୀନତା ସଂଗ୍ରାମୀ ଲଢି ଆମ ଦେଶକୁ ସ୍ଵାଧୀନ କରିଥିଲେ । ୧୯୪୭ ମସିହା ଅଗଷ୍ଟ ମାସ ପନ୍ଦର ତାରିଖରେ ଆମ ଭାରତ ସ୍ଵାଧୀନ ହୋଇଥିଲା । ସେହି ଦିନ ଠାରୁ ଆମେ ଅଗଷ୍ଟ ମାସ ପନ୍ଦର ତାରିଖ କୁ ସ୍ଵାଧୀନତା ଦିବସ ରୂପେ ପାଳନ କରି ଆସୁଛୁ ।
ଆମର ସ୍ଵାଧୀନତା ସଂଗ୍ରାମ ଓ ସେଥିରେ ଆମର ମହାନ ବିଜୟକୁ ମାନେ ରଖିବା ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇବା ପାଇଁ ଏହି ସ୍ଵାଧୀନତା ଦିବସ ପାଳନ କରାଯାଏ। ଆମ ସ୍ଵାଧୀନତା ଦିବସ ଆମ ପାଇଁ ଏକ ପବିତ୍ର ଓ ଶୁଭ ଦିବସ ଅଟେ । ଏହି ଦିବସଟି ଆମ ଦେଶ ପାଇଁ ଆମର ଦାୟିତ୍ଵ ଓ କର୍ତ୍ତବ୍ୟ କଥା ମାନେ ପକାଇଦିଏ। ଏହି ଦିବସରେ ଆମେ ସବୁ ଦେଶର ସେବା କରିବା ପାଇଁ ଶପଥ ନେଉ ।
ସ୍ଵାଧୀନତା ଦିବସ ସକାଳୁ ସାତ ଘଣ୍ଟା ସମୟରେ ଆମ ଜାତୀୟ ପତାକା ଉତ୍ତୋଳନ କରାଯାଏ । ପତାକା ଚାରିପାଖରେ ଲୋକମାନେ ଠିଆ ହୋଇଥାନ୍ତି । ଗ୍ରାମ ମୁଖ୍ୟ, ବିଭିନ୍ନ କାର୍ଯ୍ୟ।ଳୟ ମୁଖ୍ୟ, ପତାକା ଉତ୍ତୋଳନ କରନ୍ତି । ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନ ଗୁଡିକ ଆଦି ରେ ପତାକା ଉତ୍ତୋଳନ କରାଯାଇଥାଏ । ପତାକା ଉତ୍ତୋଳନ ପରେ ସ୍ଵାଧୀନତା ଦିବସ ଉପରେ ମୁଖ୍ୟ ବ୍ୟକ୍ତି ଭାଷଣ ଦିଅନ୍ତି । ଏହାପରେ ସମସ୍ତେ ଛିଡାହୋଇ ଆମ ଭାରତର ଜାତୀୟ ସଂଗୀତ ଗଣ କରନ୍ତି । ସମସ୍ତ ବିଦ୍ୟାଳୟ, କଲେଜ ଆଦି ରେ ମଧ୍ୟ ଏଭଳି ପାଳନ କରାଯାଏ । ଜନଗଣ ମାନ ଅଧିନାୟକ ଜୟା ହେ .... ହେଉଛି ଆମର ଜାତୀୟ ସଙ୍ଗୀତ । ଏହା ପରେ ଦେଶ ସେବା ଓ ଜନକଲ୍ୟାଣ ପାଇଁ ସମସ୍ତ ଉପସ୍ଥିତ ଲୋକେ ସେଠାରେ ଶପଥ କରନ୍ତି ।
ସ୍ଵାଧୀନତା ଦିବସଟିକୁ ଆମେ ଯଥାରୀତି ପାଳନ କରିବା ଆମ ପ୍ରଥମ କର୍ତ୍ତବ୍ୟ ଅଟେ। ତେଣୁ ଏହି ଦିବସଟିକୁ ଆମେ ଅତି ନିଷ୍ଠାର ସହ ପାଳନ କରିବା ଉଚିତ । ସ୍ଵାଧୀନତା ର ବଳିଦାନ ଦେଇଥିବା ଆମ ସ୍ଵାଧୀନତା ସଂଗ୍ରାମୀଙ୍କୁ ଆମେ କୌଣସି ମତେ ଭୁଲିବା ଉଚିତ ନୁହେଁ ।
"Bahu barsa dahari ame bharatiya engrej mananka thare paradhina thilu. Semane amaku tanka mana mutabaka sasan karuthile o tahasaha amaku sosana karuthile. Ama upare nana atyachara karuthile. Ame bahuta barsa dhari paradhina baran karithilu. Sesare satya o ahinsa balare sangrama kari Mahatma Gandhi o anya swadhinata sangrami ladhi ama desaku swadhina karithile. 1947 masiha August masa pandar tarikha re ama Bharat Swadhina hoithila. Sehi dinatharu ame August masa pandar tarikaha ku swadhinata dibas (INDEPENDENCE DAY) rupe palana karithau".
Quotes of the day-
“Looks to the future, because that is where you will spend the rest of your life”.
-by George Burns.
No comments:
Post a Comment
Ask me for any queries, but do not share any spam link please.