ତୁମେ ଦେଖି ଥିବା ଗୋଟିଏ ଦର୍ଶନୀୟ ସ୍ଥାନ / ଖରା ଛୁଟି (Essay in odia: Tume Dekhithiba Gote Darsaniya stana /Jagganath temple, Puri )
ନୂଆ ଜାଗାଟିଏ ଦେଖିଲେ ଆମ ମନରେ ନୂଆ ଆନନ୍ଦା ଭରିଯାଏ । କିଛି ନୂଆ କଥା ଶିଖିବାକୁ ଓ ନୂଆ ଜିନିଷ ଦେଖିବାକୁ ବି ମିଳେ । ଗତ ଖରା ଦିନ ଛୁଟି ରେ ମୁଁ ମୋ ବାପାଙ୍କ ସହ ପୁରୀ ବୁଲିବାକୁ ଯାଇଥିଲି । ପୁରୀ ଗୋଟିଏ ଅତି ପୁରୁଣା ସହର ଯେଉଁଠି ପ୍ରଭୁ ଜଗନ୍ନାଥ ସ୍ଵାମୀଙ୍କ ବଡଦେଉଳ ଅଛି । କିନ୍ତୁ ମୁଁ ଏଠାକୁ ପ୍ରଥମ କରି ଆସିଲି ଯାହା ମୋ ପାଇଁ ନୂଆ ଅଟେ।
ପୁରୀ ଗୋଟିଏ ସୁନ୍ଦର ସହର ଅଟେ । ଏଠି ଜଗନ୍ନାଥ ଦେଉଳ ଅତି ପୁରାତନ । ଏହି ଦେଉଳ କୁ ବଡ ଦେଉଳ ଓ ଏଠି ପୂଜା ପାଉଥିବା ଠାକୁର ଙ୍କୁ ବି ବଡ ଠାକୁର ବୋଲି ଜଗତେ ମାନନ୍ତି । ଏହି ବଡ ଦେଉଳରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ପୂଜା ପାଆନ୍ତି । ମନ୍ଦିର ପ୍ରବେଶ ହେଉ ହେଉ ବାଇଶି ପାହାଚ ପଡେ ଓ ଆମେ ସେହି ପାହାଚ ରେ ଉଠି ବଡ ଦେଉଳ କୁ ଗଲୁ । ସେଠି ତିନି ଠାକୁରଙ୍କୁ ଦେଖିଲୁ । ମନ୍ଦିର କୁ ମେଘନାଦ ପାଚେରି ଘେରି ରହିଛି । ବଡ ଦେଉଳ ମଧ୍ୟରେ ଅନେକ ଛୋଟ ବଡ ମନ୍ଦିର ଅଛି । ସେଠି ସବୁବେଳେ ଭକ୍ତଙ୍କ ଭିଡ ଦେଖିବାକୁ ମିଳନ୍ତି । ପୁରୀ ଦାଣ୍ଡ କୁ ବଡ ଦାଣ୍ଡ କୁହାଯାଏ । ଏହା ଅତି ପବିତ୍ର ଅଟେ । ପୁରୀ ମନ୍ଦିରର କିଛି ଦୂରରେ ସମୁଦ୍ର କୁଳ କୁ ବୁଲିବାକୁ ଗଲୁ । ଏତେ ସୁନ୍ଦର ବେଳାଭୂମି ଓ ସେଠାରେ ଥିବା ସମସ୍ତ ଦୋକାନ ବଜାର ମୋର ମନ ମୋହିନେଲା । ବହୁତ ଲୋକ ସେଠି ବୁଲିବାକୁ ଆସନ୍ତି । ସେହି ବେଳାଭୂମି ରେ ଶାମୁକା, ଶଙ୍ଖ ଆଦିରେ ତିଆରେ ବିଭିନ୍ନ ସୁନ୍ଦର ଘର ସଜା ଜିନିଷ ମିଳେ । ନୋଳିଆ ମାନେ ସମୁଦ୍ର ଭିତରେ ଡଙ୍ଗା ନେଇ ମାଛ ମରୁଥାନ୍ତି । ସମୁଦ୍ର ର ଘୁ ଘୁ ଗର୍ଜନ ଅତି ଭୟଙ୍କର ଓ ମନୋରମ । ସମୁଦ୍ରର ଲହଡି ଆସି କୁଳକୁ ବାଜୁଥିବା ଦେଖିଲେ ଭାରି ମଜା ଲାଗେ । ପୁରୀ ଏକ ସହର ହେଇଥିବାରୁ ସେଠାରେ ଅନେକ ବିଦ୍ୟାଳୟ, ମହାବିଦ୍ୟାଳୟ, କଚେରୀ, ଥାନା, ଅନେକ ଲଜ ଆଦି ଦେଖିବାକୁ ମିଳେ ।
ସେଠି ରହିବାର ଅନୁଭୂତି ମୋ ପାଇଁ ଭୁଲିବା କଷ୍ଟ କର । ପୁରୀ ସହର ଟି ମୋତେ ଭାରି ଭଲ ଲାଗିଲା । ଏହି ସହର ଟି ହିନ୍ଦୁ ମାନଙ୍କ ଏକ ପ୍ରମୁଖ ତୀର୍ଥ ସ୍ଥଳୀ ।
No comments:
Post a Comment
Ask me for any queries, but do not share any spam link please.