Essay on Your Village School
Essay on 'Your Village School' or 'My School' is one of the most popular odia language essay in Odia or Oriya medium School of Odisha. This essay means that we are to write about our school, how, where and established details, facilities of the said, details about the school. Mostly advise for school students that, before write this essay you have to think each and every thing about your School and write as details as your school. One of sample Odia Essay on "Tuma Gaon Bidyalaya" or "Mo Bidyalaya" .
ତୁମ ଗାଁ ବିଦ୍ୟାଳୟ
ଆମ ଗାଁ ର ନାମ ରାମପୁର । ଆମର ଏହି ଗ୍ରାମରେ ଗୋଟିଏ ବିଦ୍ୟାଳୟ ଅଛି ଓ ତାହାର ନାମ ରାମପୁର ପ୍ରାଥମିକ ବିଦ୍ୟାଳୟ । ଆମ ବିଦ୍ୟାଳୟ ଟି ଗ୍ରାମ ର ଦକ୍ଷିଣ ଦିଗ ରେ ଅବସ୍ଥିତ । ଏହା ଏକ ପୁରୁଣା ବିଦ୍ୟାଳୟ ଓ ୧୯୮୦ ମସିହା ରେ ପ୍ରତିଷ୍ଠା ହୋଇଥିଲା ।
ଆମ ବିଦ୍ୟାଳୟ ଏକ ପକ୍କ। ଘର ଅଟେ । ଏହା ଦୁଇ ମହଲା ବିଶିଷ୍ଟ ଅଟେ। ଏହାର ଚାରିପାଖ ପକ୍କା କାନ୍ଥ ଦ୍ଵାରା ଆଚ୍ଛାଦିତ ହୋଇ ରହିଛି । ଆମ ବିଦ୍ୟାଳୟ ଆଗରେ ଏକ ସୁନ୍ଦର ବଗିଚା ଅଛି ଓ ସେଠାରେ ଅନେକ ଫୁଲ ଗଛ ଲଗାଯାଇଛି । ଆମ ବିଦ୍ୟାଳୟରେ ଗୋଟିଏ ଖେଳ ପଡିଆ ଅଛି । ଆମ ବିଦ୍ୟାଳୟ ଆଗରେ ଗାଁ ରାସ୍ତା ଟି ଯାଇଛି । ଏଠି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏ ପିଲା ପାଠ ପଢନ୍ତି ।
ଆମ ବିଦ୍ୟାଳୟରେ ପ୍ରାୟ ସତୁରୀ ଜଣ ପିଲା ପାଠ ପଢନ୍ତି । ଆମେ ସମସ୍ତେ ଛୋଟ ଛୋଟ ଟେବଲ ଓ ଚେୟାର ରେ ବସି ପାଠ ପଢୁ । ଆମ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଓ ତିନି ଜଣ ଶିକ୍ଷତ୍ରୀ ଅଛନ୍ତି । ଆମେ ଏଠି ପଢିବାକୁ ସରକାର ଅନେକ ପାଠ ପଢା ସାମଗ୍ରୀ ସବୁ ଦେଇଛନ୍ତି । ଆମ ବିଦ୍ୟାଳୟ ସକଳ ଦଶଟା ରୁ ଆରମ୍ଭ ହୋଇ ଚାରିଟା ଯାଏ ଚାଲେ । ଆମର ସମସ୍ତ ଶିକ୍ଷକ ଓ ଶିକ୍ଷତ୍ରୀ ଆମକୁ ପଢ।ନ୍ତି ଓ ଚାରିଟା ବେଳେ ଛୁଟି ହୋଇଯାଏ । ରବିବାର ଦିନ ଆମ ବିଦ୍ୟାଳୟ ଛୁଟି ରହେ ଓ ଶନିବାର ଦିନ ଅଧା ଛୁଟି ହୁଏ । କିଛି ପର୍ବ ପର୍ବାଣି ରେ ମଧ୍ୟ ଛୁଟି ହୋଇଥାଏ। ପ୍ରତିବର୍ଷ ଗ୍ରୀଷ୍ମ ଛୁଟି ପ୍ରାୟ ଚାଳିଶି ଦିନ ହୋଇଥାଏ । ଆମ ବିଦ୍ୟାଳୟରେ ଆମକୁ ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ, ସାହିତ୍ୟ, ସାଧାରଣ ଜ୍ଞାନ ଇତ୍ୟାଦି ପଢାଯାଏ । ଆମେ ପଢିବା ସଙ୍ଗେସଙ୍ଗେ ଖେଳକୁଦ ପାଇଁ କିଛି ସମୟ ବିଦ୍ୟାଳୟ ସାରଣୀ ରେ ଦିଆଯାଇଛି । ଖେଳିବା ପାଇଁ କିଛି ଖେଳ ସାମଗ୍ରୀ ଆମ ବିଦ୍ୟାଳୟ ରେ ଅଛି । ଆମ ବିଦ୍ୟାଳୟରେ ଆମେ ସମସ୍ତେ ଛାତ୍ର - ଛାତ୍ରୀମାନେ ମିଳିମିଶି ଗଣେଶ ପୂଜା, ସରସ୍ଵତୀ ପୂଜା, ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସ, ଶିଶୁ ଦିବସ ଆଦି ପାଳନ କରୁ ।
ଆମ ଗାଁ ର ଏହି ପୁରାତନ ବିଦ୍ୟାଳୟ ଟି ମୋର ଅତି ପ୍ରିୟ ଅଟେ। ଆମ ବିଦ୍ୟାଳୟର ସୁନ୍ଦର ବଗିଚା ରେ ଫୁଟିଥିବା ଅନେକ ଫୁଲ ର ସେହି ବାସ୍ନା କୁ ମୁଁ କେବେ ଭୁଲିପାରିନି । ମୁଁ ଆମ ଗାଁ ର ବିଦ୍ୟାଳୟରେ ପଞ୍ଚମ ଯାଏ ପଢିଛି । ଏହି ବିଦ୍ୟାଳୟର ମୋର ସ୍ମୃତି ଅଭୂଲା ।
Thank you for refer. You also find Quotes of the day with Love Quotes, Inspirational and Motivational Quotes, Kalam ji Quotes, Success and work Quotes, Friendship Quotes.
You also refer Odia letter writing and Odia Grammar
Thank you for refer. You also find Quotes of the day with Love Quotes, Inspirational and Motivational Quotes, Kalam ji Quotes, Success and work Quotes, Friendship Quotes.
You also refer Odia letter writing and Odia Grammar
No comments:
Post a Comment
Ask me for any queries, but do not share any spam link please.