ବୃକ୍ଷରୋପଣ (“ESSAY IN ODIA LANGUAGE”- Brukhya Ropana- Plantation of Tree-Afforestation)
ଗଛ ଆମର ବହୁତ ଉପକାରୀ । ‘ବୃକ୍ଷରୋପଣ’ ର ଅର୍ଥ ଗଛ ଲଗାଇବା । ଗଛରୁ ଆମେ ଫୁଲ ଫଳ ପାଇବା ସଙ୍ଗେ ସଙ୍ଗେ ଆମେ ଜାଳେଣୀ କାଠ ମଧ୍ୟ ପାଉ । କାଠ କୁ ପଟା କରି ଆମେ ନାନା ରକମର ଆସବାହପତ୍ର ତିଆରି କରୁ । ଗଛ ପତ୍ର ଝଡା ହେଲେ ସେହି ପତ୍ର ଆମ ଜମିରେ ମିଳାଇ ଯାଇ ଖତ ରୁପେ କାମ କରେ । ଅଙ୍ଗାରକାମ୍ଳ ଆମ ପୃଥିବୀ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । କିନ୍ତୁ ବୃକ୍ଷ ତାର ଖାଦ୍ୟ ପ୍ରସ୍ତୁତ ପାଇଁ ଏହି ବାଷ୍ପ ଗ୍ରହଣ କରେ ଓ ସବୁଠାରୁ ମୂଲ୍ୟବାନ ଉପାଦାନ ଅମ୍ଳଜାନ ପ୍ରଦାନ କରେ । ଯାହା ଆମେ ଗ୍ରହଣ କରି ଜୀବିତ ରହୁ । ବଣରେ ବହୁତ ଗଛ ଥିବାରୁ ମେଘକୁ ଟାଣି ଆଣନ୍ତି । ଫଳରେ ବର୍ଷା ହୁଏ । ବର୍ଷା ପାଣି କୁ ସଞ୍ଚୟ କରି ଆମେ ଚାଷବାସ ରେ ବ୍ୟବହାର କରୁ । ଖରା ଦିନରେ ଲୋକମାନେ ଗଛର ଛାଇରେ ଆଶ୍ରୟ ନିଅନ୍ତି । ଯାହା କି ଆମକୁ ଅଂଶୁଘାତ ରୁ ବଞ୍ଚାଇଥାଏ । ଏଣୁ ଗଛ ଆମର ଅନେକ ଅନେକ ଉପକାର କରେ । ତେଣୁ ଆମେ ସମସ୍ତେ ଗଛ ଲଗାଇବା ଦରକାର ।
ପ୍ରଥମେ କେଉଁ ଗଛ କେଉଁ ଜମି ରେ ଭଲ ବଢିବ ତାହାର ଚୟନ କରିବା ଦରକାର । ବାଲିଆ ମାଟି ରେ ଝାଉଁ, ବାଉଁଶ, କାଜୁ, ଖଜୁରୀ, ନଡିଆ, ତାଳ, ଇତ୍ୟାଦି ଲଗାଇବା ଉଚିତ । କଦଳୀ ଗଛ ଓ କିଆ ଗଛ ଜ୍ୟେଷ୍ଠ ମାସରେ ଲଗାଇବା କଥା । କୃଷି ବିଭାଗ କୁ ବୁଝି ଆମେ ଗଛ ଲଗାଇବା ଉଚିତ ।
ଗଛ କୁ ଖାଲି ଲଗାଇଦେଲେ ଚାଲିବ ନାହିଁ। ପୋତା ହୋଇଥିବା ଗଛକୁ ନିୟମିତ ପାଣି ଦେବା ଉଚିତ । ଗଛ ଗୁଡିକ କୀଟ ପତଙ୍ଗ ଠାରୁ ବଞ୍ଚାଇ ରଖିବାକୁ ପଡିବ । ନିୟମିତା ଗଛ ଗୁଡିକର ଯତ୍ନ ନ ନେଲେ ଗଛ ଗୁଡିକ ମରିଯିବାର ସମ୍ଭାବନା ଅଛି ।
ଗଛସବୁ ଆମ ପରିବେଶ କୁ ନିର୍ମଳ ଓ ଶୀତଳ ରଖନ୍ତି । ତେଣୁ ଆମ ପରିବେଶରେ ଗଛ ଲଗାଇବା ଉଚିତ । ଆମେ ନିଜେ ଗଛ ଲଗାଇବା ସହ ଅନ୍ୟ ମାନଙ୍କୁ ଗଛ ଲଗାଇବା ପାଇଁ ବୁଝାଇବା ଦରକାର । ଏହା ଆମର କର୍ତ୍ତବ୍ୟ ଓ ଏଥିରେ ଅବହେଳା କରିବା ଉଚିତ ନୁହେଁ।
Quotes of the day:-
"One day not enough to make a change, one night not enough to learn it all, One life not enough to fall and rise.”
By-Minza.
No comments:
Post a Comment
Ask me for any queries, but do not share any spam link please.