ତୁମ ବିଦ୍ୟାଳୟରେ ସରସ୍ଵତୀ ପୂଜା (“ESSAY IN ODIA LANGUAGE”- Tuma Bidyalayare Saraswati puja- Saraswati Puja in your School)
ମୁଁ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢେ । ଆମ ବିଦ୍ୟାଳୟରେ ପ୍ରତିବର୍ଷ ସରସ୍ଵତୀ ପୂଜା କରାଯାଏ । ପ୍ରତିବର୍ଷ ମାଘ ମାସ ରେ ମାଁ ସରସ୍ଵତୀ ଙ୍କ ପୂଜା ପଡେ । ଏହି ପୂଜା ବିଦ୍ୟାଦାଇନୀ ମାଁ ସରସ୍ଵତୀଙ୍କୁ ପୂଜା କରାଯାଏ ।
ପୂଜା ପୂର୍ବ ରୁ ସମସ୍ତ ସ୍କୁଲ ହତା ଓ ଶ୍ରେଣୀ ଗୃହ ସବୁ ସଫା କରାଯାଏ । ଏହାପରେ ସମସ୍ତ ବିଦ୍ୟାଳୟ କୁ ସଜା ଯାଇଥାଏ । ଯେଉଁ ଘରେ ପୂଜା ହୁଏ ସେହି ଘରଟିକୁ ଅତି ସୁନ୍ଦର ଭାବରେ ସଜା ଯାଇଥାଏ । ସ୍କୁଲର ସମସ୍ତ ଫାଟକ ରଙ୍ଗ ବେରଙ୍ଗ କାଗଜ ଫୁଲ ରେ ସଜାଯାଇଥାଏ । ଛୋଟୋ ଛୋଟୋ ପତାକା ଧାଡିକି ଧାଡି କରି ସରୁ ଦଉଡିରେ ଅଠା ଦ୍ଵାରା ଲଗାଇ ବନ୍ଧା ଯାଏ । ଏହା ଦେଖିବାକୁ ଅତି ସୁନ୍ଦର ଲାଗେ । ପୂଜା ଘରଟିକୁ ରଙ୍ଗ ବେରଙ୍ଗ କାଗଜ ଓ ଜରି ସାହାଯ୍ୟରେ ସଜା ଯାଇଥାଏ । ଠାକୁର ବସିବା ମେଢଟିକୁ ମଧ୍ୟ ସେହି ପରି ସଜା ଯାଇଥାଏ । ପୂଜା ଦିନ ମାଁ ସରସ୍ଵତୀଙ୍କ ମୂର୍ତ୍ତି ଆଣି ମେଢ ମଧ୍ୟରେ ବସାଇ ଦିଆଯାଏ । ଫୁଲ ଓ ଫୁଲ ହାରରେ ମାଁ ଙ୍କୁ ସଜା ଯାଇଥାଏ । ଝାଞ୍ଜ, ଖୋଳ, ଗିନି, ଘଣ୍ଟ ଆଦି ବଜା ଯାଇଥାଏ । ଆମେ ସମସ୍ତେ ନୂଆ ନୂଆ ପୋଷାକ ପିନ୍ଧି ପୂଜା କରିବାକୁ ଯାଉ । ଆମେ ସାଙ୍ଗରେ ନଡିଆ, କଦଳୀ, ଧୂପ ଆଦି ଧରି ଯାଇଥାଉ । ସେଠାରେ ମାଁଙ୍କ ପୂଜା ବ୍ରାହ୍ମଣ ଆସି କରନ୍ତି । ଆମେ ଓ ଶିକ୍ଷକ ମାନେ ସମସ୍ତେ ପୂଜାରେ ଉପସ୍ଥିତ ରହୁ । ମାଁ ଙ୍କୁ ପୁଷ୍ପାଞ୍ଜଳି ଦେଉ । ନଡିଆ ଆଦି ଭୋଗ ଲଗାଉ । ପୂଜା ସରିଗଲା ପରେ ଆମେ ସମସ୍ତେ ଭୋଗ ସେବନ କରୁ । ସମସ୍ତ ପୂଜା ବିଧି ସରିଗଲା ପରେ ଆମେ ସମସ୍ତେ ଘରକୁ ଫେରୁ । ପୂଜା ବାସିଦିନ ସରସ୍ଵତୀ ମାଁଙ୍କୁ ଆମେ ନିକଟରେ ଥିବା ନଦୀରେ ବିସର୍ଜ୍ଜନ କରି ଥାଉ ।
ସେହିପରି ଆମ ବିଦ୍ୟାଳୟ ବ୍ୟତୀତ, ଆମ ସହରର ଅନେକ ସ୍ଥାନରେ ସରସ୍ଵତୀ ପୂଜା କରାଯାଇଥାଏ । ଆମ ବିଦ୍ୟାଳୟରେ ଆମେ ଏହି ପୂଜା ଅତି ଜାକଜମକରେ ପାଳନ କରୁ । ଆମ ଜୀବନରେ ଏହି ଆଧ୍ୟ।ତ୍ମକ ଅନୁଭୂତି ଆମକୁ ଭବିଷ୍ୟତରେ ଆମକୁ ସାହସ ଯୋଗାଇ ଥାଏ ।
Quotes of the day:-
Religious values for you:
“Showing compassion to those in need. Treating others as one would like to be treated. Being modest in your relations with others”.
ଭଲ ଲାଗିଲେ ଶେୟାର କରୁଅନ୍ତୁ । please share to help other students to find “ESSAY IN ODIA LANGUAGE”.
No comments:
Post a Comment
Ask me for any queries, but do not share any spam link please.