Essay On Republic Day In Odia Language-ସାଧାରଣତନ୍ତ୍ର ଦିବସ
ସାଧାରଣତନ୍ତ୍ର ଦିବସ (Republic day): ଭାରତ ଶାସନ ସମ୍ବିଧାନ ସଭା ସ୍ଵାଧୀନ ଭରତ ପାଇଁ ଗୋଟିଏ ସମ୍ବିଧାନ ଗଠନ କରିଥିଲେ। ସେହି ସମ୍ବିଧାନ ୧୯୫୦ ମସିହାରେ ଜାନୁୟାରୀ ମାସ ୨୬ ତାରିଖରେ ଭାରତର ସାଂସଦ ରେ ଗୃହିତ ହୋଇଥିଲା । ସେହି ଦିନୁ ପ୍ରତିବର୍ଷ ଆମେ ଜାନୁୟାରୀ ୨୬ ତାରିଖଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳିତ କରିଆସୁଛୁ । ସେହି ସମ୍ବିଧାନ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ପରିଚିତ କରିପାରିଛି । ଏହା ଦ୍ଵାରା ଭାରତର ସାଧାରଣ ଲୋକଙ୍କ ହାତକୁ ନିଜେ ନିଜର ଶାସନ କ୍ଷମତା ଦେଇଛି । ଏହି ସବୁ କଥା ମାନେ ରଖିବା ପାଇଁ ସାଧାରଣତନ୍ତ୍ର ଦିବସ ଜାନୁୟାରୀ ୨୬ ତାରିଖ ରେ ପାଳନ କରାଯାଏ । ଏହି ସମ୍ବିଧାନ ଟି ଶ୍ରୀ ଭୀମ ରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଲେଖାଯାଇଥିଲା । ଆମ ଭାରତ ବର୍ଷ ରେ ପାଳିତ ଜାତୀୟ ଦିବସ ଗୁଡିକ ମଧ୍ୟରୁ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ଏକ ସ୍ଵତନ୍ତ୍ର ଦିବସ ର ସ୍ଥାନ ଅଧିକାର କରିଛି । ଏହି ଦିନ ଆମେ ଆମ ସମ୍ବିଧାନ ର ନୀତିନିୟମ ମାନି ଚାଲିବା ପାଇଁ ସଂକଳ୍ପ ନେଉ।
ଆମ ସମ୍ବିଧାନରେ ଘୋଷିତ ସାଧାରଣତନ୍ତ୍ରର ପ୍ରତୀକ ହେଉଛି ଆମର ଅତି ପ୍ରିୟର ଜାତୀୟ ପତାକା ଯାହା ତ୍ରିରଙ୍ଗା ନାମରେ ପରିଚିତ । ଏହି ଦିନଟି ରେ ଭାରତର ବିଭୀର୍ଣ୍ଣ ସହର ଓ ଗ୍ରାମରେ ସଭା ହୋଇଥାଏ ଓ ଜାତୀୟ ପତାକା ଉତ୍ତୋଳନ କରାଯାଏ । ସେଠାରେ ଆମ ସମ୍ବିଧାନ ଗୃହିତ ଜାତୀୟ ସଙ୍ଗୀତ ‘ଜନଗଣମନ ଅଧିନାୟକ ‘ ଗାନ କରାଯାଏ । ଏହି ସଭା ରେ ନେତା, ସଭା ମୁଖ୍ୟ, କାର୍ଯ୍ୟ।ଳୟ ମୁଖ୍ୟ ମାନେ ସମ୍ବିଧାନ ବିଷୟରେ ଭାଷଣ ଦିଅନ୍ତି । ଏଥିରେ ଆମେ ସମ୍ବିଧାନ ଓ ତାର ଉପଦେୟତା ଆମେ ଜାଣିବାକୁ ପାଉ । ଏହା ସହ ସମସ୍ତ ସଦର ମହକୁମା ଗୁଡିକରେ ପେରଡ଼ ଓ ବିଭିର୍ଣ୍ଣ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ସେହି ଦିନ ମିଠେଇ ବଣ୍ଟନ ହୁଏ । ଆମ ଭାରତର ରାଜଧାନୀ ଦିଲ୍ଲୀରେ ସମସ୍ତ ସରକାରୀ କାର୍ଯ୍ୟ।ଳୟ ତଥା ସଂସଦ ଭବନ, ରାଷ୍ଟ୍ରପତି ଭବନ ଆଦି ରଙ୍ଗ ବିରଙ୍ଗ ଆଲୁଅ ରେ ସଜାଯାଇଥାଏ। ସେଠାରେ ସକାଳୁ ଇଣ୍ଡିଆ ଗେଟ(INDIA GATE) ଠାରୁ ରାଷ୍ଟ୍ରପତି ଭବନ ଯାଏ ପେରଡ଼ ଓ ବିଭିର୍ଣ୍ଣ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ସେଠାରେ ରାଷ୍ଟ୍ରପତି ମହାଶୟ ଭାଷଣ ଦିଅନ୍ତି ।
ସାଧାରଣତନ୍ତ୍ର ଦିବସ ଆମ ଜୀବନର ଏକ ଗୁରୁତ୍ଵପୂର୍ଣ ଦିବସ । ସେହି ଦିନକୁ ଆମେ ଅତି ଆନନ୍ଦର ସହ ପାଳନ କରିବା ଉଚିତ ।
ଜୟ ହିନ୍ଦ.. ଜୟ ଭାରତ
No comments:
Post a Comment
Ask me for any queries, but do not share any spam link please.